ସତ୍ୟଯୁଗ ଆସିଲେ ତୁଳସୀ ବୃକ୍ଷରୁ ବାହାରିବ ବାସ୍ନା !

tulashi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସତ୍ୟ ଯୁଗର ତୁଳସୀ ବୃକ୍ଷ ଏହି କଥାରେ କେତେ ସ୍ୟତତା ରହିଛି ତାହା କହିବା ମୁସକିଲ । ହେଲେ ଲୋକ କଥା ଏବଂ ମାଳିକା ବର୍ଣ୍ଣିତ ଅନୁଯାୟୀ ଯେତେ ବେଳେ କଳିଯୁଗ ସରେ ଏବଂ ସତ୍ୟ ଯୁଗ ଆରମ୍ଭ ହୁଏ ସେହି ସମୟ ରେ ଏହି ଗଛ ତୁଳସୀ ପରି ପ୍ରକୋଟିତ ହେବ ବୋଲି ଲୋକ ମତ ରହିଛି । ତେବେ ବନ୍ଧୁଗଣ କଟକ ଜିଲ୍ଲା ସାଲେପୁର ଅଞ୍ଚଳ ରେ ଏକ ବିଶାଳ ବୃକ୍ଷ କୁ ନେଇ ତୁଳସୀ ଗଛର ଚର୍ଚ୍ଚା ରହୁଛି ।

କୁହାଯାଏ ଏହି ତୁଳସୀ ଗଛ ସବୁ କିଛି ଦେଖିଛି । ରାମାୟଣ ରୁ ମହାଭାରତ ରେ ଜାହା ସବୁ ହୋଇଥିଲା ଏହି ତୁଳସୀ ଗଛ ସବୁ କିଛି ଦେଖିଛି । ହେଲେ ଛୋଟ ତୁଳସୀ ଗଛ ର ଯେମିତି ବାସ୍ନା ହୁଏ ସେମିତି ବାସ୍ନା ନାହିଁ । ସେହି ବାସ୍ନା କୁ ହରେଇ ବସିଛି ଏହି ତୁଳସୀ ଗଛ । କୁହାଯାଉଛି ସତ୍ୟ ଯୁଗ ଫେରିଲେ ନିଜର ବାସ୍ନା କୁ ଫେରିପାଇବ ଏହି 60 ଫୁଟ ର ତୁଳସୀ ଗଛ ।

tree

କଟକ ଜିଲ୍ଲା ସେଲେପୁର ବ୍ଲକ୍ , ପୂର୍ଣ୍ଣ୍ୟ ତୋଲା ତିତ୍ରୟା ପୋଠାର ପଲ୍ଲୀସାହି ଗାଁ ରେ ଥିବା ଏହି ଅଜଣା ବୃକ୍ଷ ଦେଖିବାକୁ ତୁଳସୀ ବୃକ୍ଷପରି ଜାହାର ଉଚ୍ଚତା 60 ଫୁଟ ହେବ । ଏହାକୁ ଦେଖିଲେ ଭକ୍ତି ଏବଂ ଭାବନା ମନରେ ସୃଷ୍ଟି ହୋଇଥାଏ । ବର୍ତମାନ ସାଧାରଣ ଭାବେ ଦେଖାଯାଉଥିବା ତୁଳସୀ ଗଛ ପରି ନାଁ ଏହାର ରୂପ ରହିଛି ନାଁ ବାସ୍ନା ରହିଛି ତେବେ କେବଳ ଏହାର ପତ୍ର କେବଳ ତୁଳସୀ ପତ୍ର ପରି ।

ହେଲେ କିଛି ଜନସାଧାରଣ କୁହନ୍ତି ଏହା ହେଉଛି ସତ୍ୟ ଯୁଗର ଗଙ୍ଗା ତୁଳସୀ । ସେମାନେ କୁହନ୍ତୁ ଏହି ଗଛଟି ଆହୁରୀ ବିରାଟ ବଡ ଥିଲା ହେଲେ 1999 ମହାବାତ୍ୟା ରେ ଏହାର ଗୋଟିଏ ଅଂଶ ଭାଙ୍ଗିଗଲା ଆଉ ଏବେବି ଏହି ଗଛଟି ନିଜର ସଂମ୍ପର୍ଣ୍ଣ ରୂପ ରେ ରହିଛି । ତାହାର କାଠ କୁ ଲୋକ ମାନେ ଜାଳିବା ପାଇଁ ଆଣିଥିଲେ ଦେବୀ ସ୍ୱପ୍ନାଦେଶ କରିବାରୁ ତାହାର କାଠ କୁ ସେମାନେ ଛାଡି ଦେଇ ପେଳେଇ ଥିଲେ ।

ଏହି ତୁଳସୀ ଗଛ ପାଖକୁ ଋଷି ମାନେ ବି ଆସନ୍ତି । ଆଉ ସେମାନେ କୁହନ୍ତି ଯେ ସତ୍ୟ ଯୁଗ ଫେରିଲେ ନିଜର ବାସ୍ନା କୁ ଫେରିପାଇବ । ସବୁଠାରୁ ବଡ କଥା ହେଲା ଶକ୍ତିପୀଠ ଏବଂ ସମ୍ଭୁବିଶେଷ୍ୱର ଙ୍କ ପୀଠ ରେ ଏହା ଅବସ୍ଥିତ ଥିବାରୁ ଏହା ଉପରେ ବିଶାଦ ଭାବେ ଅନୁସନ୍ଧାନ କରାଗଲେ ଏହା ତୁଳସୀ ବୃକ୍ଷ ନାଁ ଅଜଣା ଗଛ ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *