ଅକ୍ଷୟ ଓ ବିଦ୍ୟାଭାରତୀ ଲଭ ଷ୍ଟୋରୀ – ସାମ୍ମାନାକୁ ଆସିଲା ନୁଆ ସସପେନ୍ସ । ସୋସିଆଲ ମିଡିଆରେ ଚର୍ଚା ।

akhya1

ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପରଠାରୁ ବଲାଙ୍ଗୀରରେ ବିଦ୍ୟାଭରତୀଙ୍କ ‘ବ୍ୟାଚଲର୍‌ ପାର୍ଟି’କୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିସହିତ ବିଦ୍ୟାଭରତୀ କାହା ସହିତ ଏବଂ କେଉଁ ଗାଡ଼ିରେ ବଲାଙ୍ଗୀର ଯାଇଥିଲେ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଜଣାପଡ଼ିଛି ଯେ ବିଦ୍ୟାଭାରତୀ ବ୍ୟବହାର କରିଥିବା କାର୍‌ ବନବିଭାଗର ନୁହେଁ। ସୌମ୍ୟରଞ୍ଜନ ବ୍ୟକ୍ତିଗତ ଭାବେ ଏହାକୁ ଭୁବନେଶ୍ୱର, ବଲାଙ୍ଗୀର ଓ ବାଲେଶ୍ବର ଗସ୍ତବେଳେ ବ୍ୟବହାର କରୁଥିଲେ।

ଏହାରି ଭିତରେ ବିଦ୍ୟାଭାରତୀଙ୍କ ପୁଣି ଏକ ହାତଲେଖା ଗଣମାଧ୍ୟମରେ ଘୂରି ବୁଲୁଛି । ସେଥିରୁ ଉଲ୍ଲେଖ ଥିବା ଅକ୍ଷୟ ନାମଧାରୀ ଚରିତ୍ରକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଦ୍ୟାଭାରତୀଙ୍କ ଏହି ହାତଲେଖାରେ ରହିଛି “ହେ ଭଗବାନ, ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘୃଣା କରେ, ସେଠାରେ ମୋ ପାଇଁ କେହି ନାହିଁ… ଇନ୍‌ସଲ୍ଟ ହେଲା, ଅନ୍‌ନେସେସେରୀ କଥା କହିକି ନିଜର ଇନ୍‌ସଲ୍ଟ କଲି… ଖାଲି ସୁପର୍‌ଫିସିଆଲି ହିଁ ମିଶନ୍ତି… ମନ ଭିତରେ କ୍ଷତି ହିଁ ଚାହାନ୍ତି… କିଛି ପ୍ରବ୍ଲେମ ନକରିକି ବି ଏତେ ରାଗ… ଏତେ ପରିମାଣରେ ଜିଲସ୍‌ନେସ୍‌, ବହୁତ ଖୁସି ଲାଗୁଛି… ଆହୁରି ଜଳୁଥାଆ… ଆଉ ତୁମ ଜିଲସ୍‌ନେସ୍‌ ଦେଖିକି ଭଗବାନ ହସୁଥିବେ… ଭଲ କଥା… ଆଜି ତମର ମେଜରିଟି ଅଛି, କାଲି ମୋର ମେଜରିଟି ରହିବ… ଆଉ ମୋର ଟାଇମ୍‌ ବି… ଅଂଶୁ ଅପାଙ୍କୁ ୮୦ ଦବାର ଅଛି… ଆଉ ତା ଛଡ଼ା ସବୁ ଅଲ କ୍ଲିଅର ଅଛି… ତାଠୁ ଗୋଟେ ବେଟର୍‌ ଖୋଜିବି… ଏତେ ନେଗ୍ଲିଜିବ୍ଲ ଫିଲ୍‌ କରେଇଲା… ଆଇ ହେଟ୍‌ ହିମ୍‌… ବହୁତ କଥା ଅଛି ପରେ କହିବି….’।

samya

ଏତିକି ଲେଖା ରହିଥିବା ବେଳେ ଆଉ କିଛି ଲେଖା ହୋଇ କଟା ଯାଇଛି । “ମୋତେ ଅକ୍ଷୟର ଷ୍ଟାଟସ୍‌ ଦେଖିକି ମୋତେ କହିଥିଲା ଦେଖିବା ପାଇଁ’ ଲେଖା ହୋଇ କଟା ହୋଇଛି । ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ପାରଳାଖେମୁଣ୍ଡି ଆସିଥିବା ସମୟରେ ପୁଲିସ ତାଙ୍କୁ ସୌମ୍ୟଙ୍କ ସରକାରୀ ବାସଭବନରେ ଥିବା ସାମଗ୍ରୀ ହସ୍ତାନ୍ତର କରିଥିଲା । ତାହା ମଧ୍ୟରେ ଥିବା ବିଦ୍ୟାଭାରତୀଙ୍କ ଏକ ଖାତାରେ ଏଭଳି ଲେଖା ହୋଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସୌମ୍ୟଙ୍କ ବଡ଼ଭାଇ ରଞ୍ଜନ ମହାପାତ୍ର । ତେବେ ଏହି ଅକ୍ଷୟ ଜଣକ କିଏ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହୁଏତ ଏହି ଲେଖାରୁ ପୁଲିସକୁ ତଦନ୍ତ ପାଇଁ କିଛି ସୁରାକ ମିଳିବ ଏବଂ ଆମକୁ ନ୍ୟାୟ ମିଳିବ ବୋଲି ଆଶା ରଖି ସେମାନେ ଏହାକୁ ଗଣମାଧ୍ୟମକୁ ଦେଇଥିବା କହିଛନ୍ତି ସୌମ୍ୟଙ୍କ ବଡ ଭାଇ ରଞ୍ଜନ ।

ତେବେ ଏହି ଅକ୍ଷୟ ନାମକ ଜୁବକଙ୍କ ସହିତ , ବିଦ୍ୟାଭରତୀଙ୍କର କଣ ପ୍ରେମ ସମ୍ପର୍କ ଥିଲା ବୋଲି ଏମିତି ଚର୍ଚା ଏବେ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି । ହେଲେ ଏହି କାହାଣୀରେ ସତ କେତେ ଅଉ ମିଛ କେତେ ତାହା ପୋଲିସ ତଦନ୍ତରୁ ଜଣା ପଡିବ । ହେଲେ କିଛି ଲୋକଙ୍କ କହିବା ମୁତାବକ ପୋଲିସ ତଦନ୍ତରେ ଚାଲିଛି ଅନେକ ହେରଫେର ।

ତେବେ ଏହି ଅକ୍ଷୟ ନାମକ ଜୁବକ ଓ ଅଂଶୁ ଅପା କିଏ ଏବେ ଯାଏ ଏହାର ଉତ୍ତର ପୋଲିସ ମଧ୍ୟ ପାଇ ପାରି ନାହିଁ । ହେଲେ ସୋସିଆଲ ମିଡିଆରେ କିଛି ଲୋକ ଅକ୍ଷୟ ସହିତ ବିଦ୍ୟା ଭାରତୀଙ୍କର କଣ ସମ୍ପର୍କ ରହିଛି ବୋଲି ଚର୍ଚା ଯୋର ଧରାଇଛନ୍ତି । ତେବେ ଦିନକୁ ଦିନ ଏହି ଘଟଣା ଅଡୁଆ ସୁତାର ଖୀଅ ହେବାରେ ଲାଗିଛି । ଦେଖିବାକୁ ବାକି ରହିଲା କେବେ ଏହି ଖୀଅର ମୁଣ୍ଡ ପୁଲିସ ହାତରେ ଲାଗୁଛି ।

ସବୁବେଳେ କିଛି ନୁଆ ଓ ଦମଦାର ଖବର ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହ ଉପରେ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *