ଏହି ସମୟରୁ ଓଡିଶାରେ ତାଣ୍ଡବ ରଚିବ ବାତ୍ୟା । ପାଣିପାଗ ବିଭାଗର ବଡ ସୁଚନା

Jawad

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୃତ ଗତିରେ ମାଡି ଆସୁଛି ବାତ୍ୟା ଜାୱତ । ମଝି ସମୁଦ୍ର ରେ ଦିଗ ବଦଳେଇବ କି ବାତ୍ୟା ଜାୱଦ ଆସନ୍ତୁ ଦେଖିବା ଏହାକୁ ନେଇ କଣ କହୁଛି ପାଣିପାଗ ବିଭାଗ କେନ୍ଦ୍ରିୟ ଆଣ୍ଡାମାନ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତି ସାଗର ମଧ୍ୟରେ ଏକ ସ୍ପଷ୍ଟ ଚହ୍ନିତ ଲଘୁଚାପ କ୍ଷେତ୍ର ରେ ପରିଣତ ହେବ । ଶୁକ୍ରବାର ସଂନ୍ଧ୍ୟା ସୁଧା ଏହା ବାତ୍ୟାର ରୂପ ନେବ ମାନେ ଆଜି ।

batya

ସେତେବଳକୁ ଏହାକୁ ଉତ୍ତର ପଶ୍ଚିମ ଦିଗରେ ଗତି କେନ୍ଦ୍ରିୟ ବଙ୍ଗୋପସାଗର ରେ ରହିଥିବ । ଏବଂ ପୁଣି ଏହା ଉତ୍ତର ପଶ୍ଚମ ଦିଗରେ ଗତି କରି ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ ପହଁଚିବାର ସମ୍ଭାବନା ରହିଛି । ତେବେ ଏହା ମୁଦ୍ର ମଝିରୁ କେଉଁଠାରୁ ଦିଗ ପରିବର୍ତନ କରିବ । ତାହା ଏହି ଯାଏ ସ୍ପଷ୍ଟ ହୋଇନାହିଁ । ଏହି ପରି କି ସ୍ଥଳଭାଗ ଛୁଇଁବ କି ନାହିଁ ଏବଂ କେତେ ବେଳେ ଦିଗ ବଦଳେଇବ ସେହି ଉପରେ କୈଣସି ସୂଚନା ନାହିଁ ।

ଅବପାତ ରୂପ ନେବା ପରେ ଏହି ସଂମ୍ପର୍କ ରେ ଏକ ସ୍ପଷ୍ଟ ଚିତ୍ର ମିଳି ପାରିବ ବୋଲି SRC ପ୍ରଦୀପ ଜେନା କହିଛନ୍ତି । ଏହି ବାତ୍ୟା ଲେଣ୍ଡଫଲ ସମୟ ରେ 90 ରୁ 100 କିଲୋମିଟର ବେଗ ରେ ପବନ ବହିବ । ଏହିଥି ପାଇଁ 3 ତାରିଖ ମଧ୍ୟରାତ୍ରୀ ରୁ ବର୍ଷା ଆରମ୍ଭ ହେବ । 4 ଓ 5 ତାରିଖ ରେ ପ୍ରବଳ ବର୍ଷା । ପ୍ରଥମେ ଦକ୍ଷିଣ ରେ ବର୍ଷି ପରେ ଉପକୂଳ ରେ ଛେଞ୍ଚିବ । ଖାସ କରି ପୁରୀ ଗଞାମ୍ , ଗଜପତି ରେ ପ୍ରଥମେ ବର୍ଷା ଆରମ୍ଭ ହୋଇଯିବ ।

rain

ଏହା ପରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଓଡିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ। 5 ତାରିଖ ରେ ମଧ୍ୟ ଉପକୂଳ ଓଡିଶା ରେ କିଛି କିଛି ସ୍ଥାନରେ ବର୍ଷା ହେବ । ଏହିଥି ପାଇଁ 14 ଟି ଜିଲ୍ଲା କୁ ସତର୍କ କରାଜାଇଥିବା ବେଳେ ସତ୍ସ୍ୟଜିବି ମାନଙ୍କୁ ସମୁଦ୍ର ରୁ ଫେରିବା ନମସ୍ତେ ପରାମ୍ଶ ଦିଆଜାଇଛି । 3 ରୁ 5 ତାରିଖ ମଧ୍ୟରେ ମାଛ ଧରା ଉପରେ ସମସ୍ତ କଟକଣା ଲଗାଜାଇଛି । ସେହି ପରି ଚାଷୀ ମାନଙ୍କୁ ନିଜର ଅମଳ କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପରାମର୍ଶ ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *