ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2023 ରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନରେ ନୂଆ ଲିଷ୍ଟ ଆସିଜାଇଛି । ଯାହାକି ଆପଣ ମାନେ ନିଜ ନିଜ ଗ୍ରାମ ପଞ୍ଚାୟତ ରେ ଜାଇ ଚେକ୍ କରି ପାରିବେ । ତେବେ ଯଦି ଆପଣ ମାନଙ୍କର ଲିଷ୍ଟରେ ନାମ ନାହିଁ ତେବେ କଣ କରିବେ ଏମିତି କି କିଛି ଲୋକ ମାନଙ୍କ ଲିଷ୍ଟରେ ନାମ ଥିଲେ ବି ଘର ମିଳିବ ତେବେ ଏହି ନେଇ କିଛି ନୂଆ ସୂଚନା ବା ବଡ ଅପଡେଟ ରହିଛି ସେହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ପ୍ରଥମେ ଆପଣ ମାନେ ଜାଣିରଖନ୍ତୁ ଏହି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଆସିବା ପରେ ସରକାର ଆଉ ଏକ ଲିଷ୍ଟ ଜାରି କରିଛନ୍ତି । ଯେଉଁଥିରେ ଲେଖା ରହିଛି ମଟର ସାଇକେଲ , କାର , ଅଟୋ , ଏବଂ ମାଛ ଧରା ବୋଟ ଥିଲେ ବି ଆପଣ ମାନେ ଏହିଥିରେ ଅୟୋଗ୍ୟ ପ୍ରମାଣିତ ହେବେ । ସେହିପରି ଏଗ୍ରିକଲ୍ଚର ଇକ୍ୟୁପମେଣ୍ଟ ବି ଆପଣ ମାନଙ୍କ ପାଖରେ ରହିଛି । ତେବେ ବି ଆପଣ ମାନଙ୍କୁ ଘର ମିଳିବ ନାହିଁ ।
ସେହି ପରି ଆପଣ ମାନଙ୍କ ପାଖରେ କିଶାନ କ୍ରେଡିଟ କାର୍ଡ ରହିଛି ସେହିଥିରେ ଆପଣଙ୍କ ର 50 ହଜାର ଟଙ୍କା ଲିମିଟ ରହିଥିଲେ ବି ସେହିଥିରେ ଘର ମିଳିବ ନାହିଁ । ସେହି ପରି ଆପଣ ମାନଙ୍କ ଘରୁ ଯେକୈଣସି ବ୍ୟକ୍ତି ଯଦି କୈଣସି ସରକାରୀ ପଦବୀ ରେ ରହିଥିବେ ତେବେ ବି ଆପଣ ମାନଙ୍କୁ ଏହି ଘରର ସୁବିଧା ମିଳିବ ନାହିଁ । ସେହି ପରି ଆପଣ ମାନଙ୍କ ଘରୁ କୈଣସି ବ୍ୟକ୍ତିଙ୍କ ମାସିକ ଆୟ 10,000 ହଜାର ରୁ ଅଧିକ ହୋଇଥିଲେ ତେବେ ଆପଣ ମାନଙ୍କୁ ଏହାର ସୁବିଧା ମିଳିବ ନାହିଁ ।
ସେହି ପରି ଇନକମ୍ ଟେକ୍ସ ଦେଉଥିଲେ ବି ଆପଣଙ୍କୁ ମିଳିବ ନାହିଁ । ପ୍ରଫସନାଲ ଟେକ୍ସ , ଘରେ ରେଫ୍ରିଜେଟର ରହିବା , ନିଜର ଲେଣ୍ଡଲାଇନ ଫୋନ ରହିଥିଲେ ବି ସେମାନେ ଅଯୋଗ୍ୟ ଅଟନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ମାନଙ୍କର ଲିଷ୍ଟରେ ନାମ ରହିଛି ସେମାନଙ୍କୁ ମିଳିବ କି ନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ବନ୍ଧୁଗଣ ସେମାନଙ୍କୁ ନିଶ୍ଚିତ ଭାବେ ମିଳିଯିବ । ଆଉ ହଁ ଆପଣ ମାନେ ଅଭିଯୋଗ କରି ପାରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଟାନ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ।
ଅଭିଯୋଗ ଦରଖାସ୍ତ ଫର୍ମକୁ ପୂରଣ କରି ନିଜ ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଅଭିଯୋଗ ଦାଖଲ କରିପାରିବେ । ଟୋଲ ଫ୍ରି ନମ୍ବର : 18003456770 ବା 155335 ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିପାରିବେ । https://www.rhodisha.gov.in ପୋର୍ଟାଲ ରେ ବି ଅଭିଯୋଗ କରିହେବ ।
ଅଭିଯୋଗ ପ୍ରକ୍ରିୟା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଭିଯୋଗ ଗୁଡ଼ିକର ସରଜମିନ ତଦନ୍ତ ଲାଗି ଗଠିତ 3 ଜଣିଆ ଟିମରେ ସମ୍ପୃକ୍ତି ପଞ୍ଚାୟତର ପିଇଓ କିମ୍ବା ଜିଆରଏସ ଏବଂ ସେ ପଞ୍ଚାୟତ ଦାୟିତ୍ବରେ ନଥିବା ଉକ୍ତ ବ୍ଲକ୍ ର 2 ଜଣ ବ୍ୟକ୍ତି ରହିବେ । ତେବେ ଯଦି ଆପଣଙ୍କ ନାମ ରହିଛି ଲିଷ୍ଟରେ ତେବେ ନିଶ୍ଚିତ ଆପଣ ମାନଙ୍କୁ ଘର ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।