ଓଡିଶାଠୁ ଆଉ ଏତିକି ଦୁରରେ ଅଛି ବାତ୍ୟା । ଏହି ସମୟରେ ହେବ ମାଡ

new-0a

ବାତ୍ୟା ଜୱାଦ୍‌’ ପ୍ରଭାବରେ ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ଆସନ୍ତାକାଲି ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହୋଇପାରେ। ତେବେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି।

ପୁରୀ ଜିଲ୍ଲାରେ ଉପକୂଳ ଛୁଇଁପାରେ ବାତ୍ୟା “ଜୱାଦ୍‌” । ଏନେଇ ସୁଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆଇଏମଡ଼ି ଆକଳନ ଅନୁସାରେ ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ର କୁ ଚାଲି ଯାଇପାରେ ବାତ୍ୟା । ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ ବାତ୍ୟା “ଜୱାଦ” ।

ତେବେ ଏହା ମଧ୍ୟ ଆକଳନ ହୋଇଛି ଯେ ସ୍ଥଳଭାଗ ନଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ ବାତ୍ୟା । ବର୍ତ୍ତମାନ ତାଜା ସୁଚନା ଅନୁସାରେ ବାତ୍ୟା ବର୍ତମାନ ବିଶାଖାପାଟନମ୍ ରୁ ଦକ୍ଷିଣ-ଦକ୍ଷିଣ ପୁର୍ବ ଦିଗରେ ପାଖାପାଖି ୫୮୦ କିମି ଦୂରରେ ଅଛି ସେହିପରି ପାରାଦ୍ୱୀପ ଠାରୁ ଉତ୍ତ-ଉତ୍ତର ଦକ୍ଷିଣ ଦିଗରେ ଅଛି ।ଯାହାଫଳରେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ୯୦ ରୁ ୧୦୦ କିମି ରହିବ ।

ଲ୍ୟାଣ୍ଡଫଲ ପରେ ଏହାର ବେଗ କମିବ । ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ଭିତରେ ଏହା ଲ୍ୟାଣ୍ଡଫଲ ହେବ । ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଅଧିକ ରହିବ । ଏହାର ପ୍ରଭାବରେ ପୁରୀ,ଖୋର୍ଦ୍ଧା,ଗଞ୍ଜାମ,ଜଗସିଂହପୁର,କେନ୍ଦ୍ରାପଡ଼ା ରେ ଏହାର ପ୍ରଭାବ ଅଧିକ ରହିବ । ଫଳରେ ଲ୍ୟାଣ୍ଡଫଲ ବେଳେ ୬୦ ରୁ ୮୦ କିମି ବେଗରେ ପବନ ବହିବ ।

ଆଜି ମଧ୍ୟରାତ୍ରୀରୁ ବର୍ଷାର ପରିମାଣ ବଢିବ, ଆସନ୍ତାକାଲି ବର୍ଷାର ପରିମାଣ ଅଧିକ ରହିବ ବୋଲି SRC ସୂଚନା ଦେଇଛନ୍ତି। ୪ ଓ ୫ ତାରିଖ ଘରୁ ନ ବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ବନ୍ୟା ଆଶଙ୍କା ନାହିଁ, ତଳିଆ ସ୍ଥାନରେ ପାଣି ଜମିପାରେ। ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ୨୬୬ଟି ଓଡ୍ରାଫ, NDRF, ଫାୟାର ଟିମ୍‌ ସଜାଗ ରଖାଯାଇଛି।

ବାତ୍ୟାର ଟିରନିକ ଅପଡେଟ ପାଇବା ପାଇଁ ଉପରେ ଫଲୋ କରିବା ସହିତ ଗୋଟିଏ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *