ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ ପୁଣି ଥରେ ନବୀନ ସରକାର ଙ୍କ ଦ୍ୱାରା ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ହେଉଛି । ତେବେ ଏଠାରେ ସମସ୍ତେ ଇସ୍ତଫା ପ୍ରଦାନ କରି ପୁଣି ଥରେ ନୂତନ ଭାବେ ମନ୍ତ୍ରୀ ମଣ୍ଡଳ ଗଠନ ହେଉଛି । ତେବେ ଏହି 21 ଜଣିଆ ନେତା ମାନଙ୍କ ନାମ ମଧ୍ୟ ରୁ ଅନେକ ଓଜନ ଦାର ନେତା ମାନଙ୍କ ନାମ କାଟିଛି । ସେମିତି ରେ ଆପଣ ମାନେ ଏହି ଦିନ ରେ ମନ୍ତ୍ରୀ ମାନଙ୍କୁ ବାଦ ଦେବା କାର୍ଯ୍ୟ ରେ ବହୁତ ମହତ୍ୱ ପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛନ୍ତି ସୁପ୍ରିମୋ ଶ୍ରୀ ନବିନ ପଟ୍ଟନାୟକ ।
ତେବେ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାର୍ଣ୍ଡିର୍, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ ଙ୍କ ଭଳି ନେତା ମାନଙ୍କୁ ଏଠାରେ ବାଦ ଦେଇଛନ୍ତି ନବିନ ପଟ୍ଟନାୟକ । ସେହିପରି ବିବାଦ ରେ ଘେରି ରହିଥବା ମନ୍ତ୍ରୀ ମାନଙ୍କୁ ମଧ୍ୟ ଏହି ସବୁ ରୁ ବାଦ କରି ଦିଆଜାଇଛି। ତେବେ ବନ୍ଧୁଗଣ ଜଣେଇ ଦେବୁ କି ବିବାଦ ରେ ଫସି ରହିଥିବା ନେତା ମାନଙ୍କୁ ସ୍ୱଚ୍ଛତା ର ବାର୍ତ୍ତା ଦେଖେଇ ବିରୋଧୀ ମାନଙ୍କ ଆର୍ଟାକ ରୁ ବର୍ତ୍ତିବା ପାଇଁ ଏପରି ସେଫ୍ ଜୋନ ବାଛିଛନ୍ତି ନବିନ ସରକାର।
ସେମିତିରେ ବିଗତ ଦିନ ମାନଙ୍କରେ ବିଭିନ୍ନ ଘଟଣା ମାନଙ୍କୁ ନେଇ ବହୁତ ବଦନାମ ମୁଣ୍ଡେଇ ସାରିଛନ୍ତି ସରକାର । ଯେପରି ଡବଲ୍ଲ ମର୍ଡର ଘଟଣା ଏବଂ ପୁରୀ ନୟାଗଡ ହତ୍ୟାମାମଲା , ସେହି ପରି କଳାହାଣ୍ଡି ର ମମିତା ମେହେର ମୃ-ତ୍ୟୁ ମାମଲା ପରି ଘଟଣା ରେ ସରକାର ବହୁତ ବଦନାମ ହୋଇଥିବା ବେଳେ ଏପରି ନିସ୍ପତି ନେଇଛନ୍ତି ସରକାର । ସେହି ପରି ବହୁତ ହେବି ୱେଟ୍ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର ଙ୍କ ପରି ମନ୍ତ୍ରୀ ମାନଙ୍କ ନାମ ବର୍ତମାନ ସମୟ ରେ ନୂଆ ଲିଷ୍ଟ ରେ ନାମ ନଥିବା ବେଳେ 4 ଗୋଟି ଜିଲ୍ଲା ରୁ ଏକାଧିକ ମନ୍ତ୍ରୀ ପାଇଥିବା ବେଳେ ବର୍ତମାନ ସମୟ ରେ 12 ଗୋଟି ଜିଲ୍ଲା ରୁ ମନ୍ତ୍ରୀ ପଦବୀ ଶୂନ୍ୟ ରହିଛି ।
ଏଠାରେ ଅନେକ ବିଧାୟକ ମାନଙ୍କୁ ସ୍ଥାନ ଦିଆଜାଇ ଥିବା ବେଳେ ନବିନ ସରକାର ଏମିତି ପଦକ୍ଷେପ ନେଇ ହଠାତ ମନ୍ତ୍ରୀ ମାନଙ୍କୁ ଚକିତ କରିଦେଇ ଥିଲେ । ହେଲେ ପରବର୍ତି ସମୟ ରେ ଶିକ୍ଷକ ମାନଙ୍କ ପାଇଁ ଖୁସୀ ଖବର ମଧ୍ୟ ଦେଇ ଥିଲେ । ତେବେ ବର୍ତମାନ 11 ହଜାର ଶିକ୍ଷକ ମାନଙ୍କୁ ସରକାରୀ ବିଦ୍ୟାଳୟ ରେ ନିଯୁକ୍ତି ଦିଆଯିବା ସହିତ ଏକ ଭବ୍ୟ କାର୍ଯ୍ୟ କ୍ରମ ର ଆୟୋଜନ କରି ଏହି ଶିକ୍ଷକ ମାନଙ୍କୁ ନିଯୁ୍କ୍ତି ଦିଆଯିବ ।
ସେହି ପରି ଗଣଶିକ୍ଷା ବିଭାଗ ର ମୂଖ୍ୟ ମନ୍ତ୍ରୀ ସିର ରଂଞନ ଦାସ ଙ୍କ କହିବା ଅନୁସାରେ ପ୍ରାୟ 8000 ହଜାର ସ୍କୁଲ ମାନଙ୍କ ରୁ ଆମେ ମାନେ 5000 ହଜାର ସ୍କୁଲ ମାନଙ୍କୁ ନେଇଛୁ । ଏବଂ ଏହାର ରୁପାନ୍ତରିକରଣ ର କାର୍ଯ୍ୟ ଆରମ୍ଭ ହେବା ପାଇଁ ଯାଉ ଥିବା ବେଳେ 3000 ହଜାର ସ୍କୁଲ ମାନଙ୍କର ରୁପାନ୍ତରିକରଣ ର ବ୍ୟବସ୍ଥା କରାଯିବ । ସେହି ପରି ହାଇ ସ୍କୁଲ ରୁପାନ୍ତରିକରଣ ର ବ୍ୟବସ୍ଥା ପରେ ପରେ ପ୍ରାଥମିକ ସ୍କୁଲ ମାନଙ୍କର ରୁପାନ୍ତରଣି କରଣ ର ବ୍ୟବସ୍ଥା କରାଯିବ ।
ସେହି ପରି ଆପଣ ମାନେ ଜାଣିଥିବେ କିଛି ମାସ ତଳେ 11 ହଜାର ଶିକ୍ଷକ ମାନଙ୍କ ପାଇଁ ନିଯୁକ୍ତି ପାଇଁ ବିଜ୍ଞ୍ୟପ୍ତି ପ୍ରକାଶ ପାଇଥିବା ବେଳେ ଏହା ସହିତ ଆଦର୍ଶ ବିଦ୍ୟାଳୟ ଗୁଡିକ ରେ 17 ଶହ ଶିକ୍ଷକ ମାନଙ୍କୁ ନିଯୁ୍କ୍ତି ଦେବା ପାଇଁ ପଦବୀ ବାହାରି ଥିଲା । ସେହି ପରି ବେଳେ ବନ୍ଧୁଗଣ କିଛି ମାସ ପୂର୍ବରୁ 8102 ଶିକ୍ଷା ଅଧିକାରୀ ମାନଙ୍କୁ ନିୟମିତ କରିଥିବା ବେଳେ 2015 ରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ମଧ୍ୟ ନିୟମିତ କରାଜାଉ ଥିବା ନେଇ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ପକ୍ଷ ରୁ ସୂଚନା ଦିଆ ଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।