ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଲଆଇସିରେ ବୁଡିଗଲା ୧୮,୦୦୦ କୋଟିରୁ ଅଧିକ ଟଙ୍କା । ମୁଣ୍ଡରେ ହାତରେ ଦେଇଦେଲେ ଏଲଆଇସି ମାଲିକ । ଏବେ ଏଲଆଇସ ଉପଭୋକ୍ତା ମାନଙ୍କର ବଡ ଚିନ୍ତା । ତାଙ୍କ ଟଙ୍କା ବୁଡିଯିବନି ତ। ଇଣ୍ଡେନବର୍ଗ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଦୁଇ ଦିନରେ ଆଦାନୀ ସମୂହର ପ୍ରାୟ ୪୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇସାରିଲାଣି । ନିବେଶକ ମାନେ ସେମାନଙ୍କର ଟଙ୍କା ଆଦାନୀ ସମୂହରୁ କାଢି ନେଉଛନ୍ତି ।
ଏହାରି ମଧ୍ୟରେ ଦେଶର ବୃହତ୍ତମ ନିବେଶକ ତଥା ଜୀବନ ବିମାନ ନିଗମ ଏଲଆଇସି ମଧ୍ୟ ପ୍ରଭାବିତ ନିବେଶକ ମାନଙ୍କ ମଧ୍ୟରୁ ଅନ୍ୟତମ । ଆଦାନୀ ଗୃପ ସେୟାର ରେ ଏଲଆଇସିର ମିଳିତ ନିବେଶ ୨୭ ଜାନୁୟାରୀ ୨୦୨୩ ରେ ୬୨ହଜାର ୬୨୧ କୋଟି ଟଙ୍କାକୁ ଖସି ଆସିଛି । ୨୪ ଜାନୁଆରୀ ୨୦୨୩ରେ ଏହା ୮୧ ହଜାର ୨୬୧ କୋଟି ଟଙ୍କା ଥିଲା । ଅର୍ଥାତ୍ ଦୁଇଟି ବାଣିଜ୍ୟ ଦିବସ ରେ ଏଲଆଇସି ୧୮,୬୪୭ କୋଟି ଟଙ୍କା କ୍ଷତି ସହିଛି ।
ଏସ ଇକିଉଟି ପାଖରେ ଉପଲବ୍ଧ ତଥ୍ୟ ଦର୍ଶାଉଛି ଯେ ଡିସେମ୍ବର ୩୧ ୨୦୨୨ ସୁଧା ଏଲଆଇସି ଆଦାନୀ ଏଣ୍ଟରପ୍ରାଇଜେସ , ଆଦାନୀ ଗ୍ରୀନ ଏନର୍ଜି , ଆଦାନୀ ପୋଟ, ଆଦାନୀ ପୋଟାଲ ଗ୍ୟାସ, ଆଦାନୀ ଟ୍ରାନ୍ସମିଶନ ଏବଂ ନିକଟରେ ଅଧିଗ୍ରହଣ ହୋଇଥିବା ସିମେଣ୍ଟ ପ୍ରମୁଖ ଅମ୍ବିଜା ସିମେଣ୍ଟ ଏବଂ SSC ରେ ଏକ ପ୍ରତିଶତରୁ ଅଧିକ ଅଂଶ ଧନ ରହିଛି ।
ତେବେ ଗତ ଦୁଇଟି ବାଣିଜ୍ୟ ଅଧିବେଶନରେ ଏହି କମ୍ପାନୀ ଗୁଡିକ ର ଅଂଶ ଧନ ୧୯% ରୁ ୨୭% ମଧ୍ୟରେ ହ୍ରାସ ପାଇଁଛି । ଆମେରିକୀୟ ଫାର୍ମ ହିଣ୍ଟେନଙ୍କ ବର୍ଗ ରିସର୍ଚ୍ଚ ର ଏକ ରିପୋର୍ଟ ପରେ ଆଦାନୀ ଗୃପ କମ୍ପାନୀ ଗୁଡିକର ସେୟାରରେ ବହୁତ ହ୍ରାସ ଘଟିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଗୃପର ୭ଟି ପ୍ରମୁଖ ତାଲିକା ଭୁକ୍ତ କମ୍ପାନୀକୁ ୮୫% ରୁ ଅଧିକ ମୂଲ୍ୟ ଦିଆଯାଇଛି ।
ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ସମୂହ । କମ୍ପାନୀର ପ୍ରବୋକ୍ତା ଜଗଧର ସିଂ ଏକ ବିବୃତିରେ କହିଛନ୍ତି ଯେ ଏହି ରିପୋର୍ଟ ଭିତ୍ତିହୀନ ଏବଂ ଗୋଷ୍ଠୀକୁ ବଦଲାମ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟ ମୂଳକ ଅଟେ । ଏହି ରିପୋର୍ଟରେ ଅନେକ ଭୁଲ୍ କଥା କୁହାଯାଇଛି ଯାହାର କୌଣସି ଆଧାର ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।