ମୁହଁ ଖୋଲିଲେ ଉଜୁଡ଼ିଯିବ ସଂସାର, ଆଜି ହ୍ୟୁମାନଙ୍କ ଗୁମର ଖୋଲିବେ ଶ୍ରେୟା I

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୨୦୧୫ ରେ ବାହାଘର ଆଉ ୮ବର୍ଷ ପରେ ସମ୍ପର୍କରେ ସୃଷ୍ଟି ହେଲା ଫାଟ । ଆଉ ଏବେ ମୁହଁ ଖୋଲିଲେ ଉଜୁଡିଯିବ ସଂସାର । ଏବେ ପ୍ରଶ୍ନ ଉଠୁଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କ ଅଭିଯୋଗ ପରେ ସାଂଘାତିକ ବିବାଦ ବଢିବ ନା ସମାଧାନ ର ରାସ୍ତା ବାହାରିବ । ଉଭୟ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ସମାଧାନ ର ରାସ୍ତା ବାହାରିବା ପାଇଁ ଚାଲିଛି ଚେଷ୍ଟା । ହେଲେ ଦିନକୁ ଦିନ ଆସୁଛି ଏହି ସମ୍ପର୍କରେ ନୂଆ ମୋଡ ।

ଶ୍ରେୟା ହ୍ୟୁମାନଙ୍କ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଉଭୟଙ୍କୁ ସମାଧାନ ପାଇଁ ପୋଲିସ ୪ଦିନ ସମୟ ଦେଇଥିଲେ ବି ଶ୍ରେୟା ଗତକାଲି ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟ କରିବେ ଶ୍ରେୟା । ପ୍ରତିଟି ଘଟଣାର ପ୍ରମାଣ ଅଛି ଶ୍ରେୟାଙ୍କ ପାଖରେ । ଆଉ ମୁହଁ ଖୋଲିଲେ ହୁଏତ ଉଜୁଡ଼ି ଯାଇପାରେ ସଂସାର ।

sa

ଶ୍ରେୟା କହିଛନ୍ତି ମଦ ପିଇବାକୁ ବାରଣ କରିବାରୁ ହ୍ୟୁମାନ ମାଡ ମାରୁଥିଲେ । ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ସେ କିଛି ସୋ ମଧ୍ୟ କରିପାରନ୍ତି ନାହିଁ । ଏଥିପାଇଁ ଅନେକ ଥର ସୋ ଓ ରେକଡିଂ କ୍ୟାନସଲ ହୋଇଯାଏ । ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ ହ୍ୟୁମାନ । ଟିକିଲି ଓ ସିନ୍ଦୁର ପିନ୍ଧିବାକୁ କରୁଥିଲେ ବାରଣ । ଏଥିରେ ମଧ୍ୟ ତାଙ୍କ ଶାଶୁ ଓ ତାଙ୍କର ପରିବାର ସମୃକ୍ତି ଥିବା କହିଛନ୍ତି ଶ୍ରେୟା ।

କେବଳ ଏତିକି ନୁହଁ ଅଳତା ଲଗାଇବାକୁ ମଧ୍ୟ ମନା କରୁଥିଲେ । ଭୋଗ ଖାଇବାକୁ ନେଇ ମଧ୍ୟ କରୁଥିଲେ ବାରଣ । ଆଜି ସମସ୍ତ ଘଟଣା ର ଉନମୋଚନ କରିବେ ଶ୍ରେୟା । ଶ୍ରେୟା ଏହା ମଧ୍ୟ କହିଛନ୍ତି ଝିଅ ଜନ୍ମ ହେବା ପରେ ତାଙ୍କ ଉପରେ ଅଧିକ ନିର୍ଯାତନା ବଢିଗଲା । କିନ୍ତୁ ସ୍ୱାମୀ ସେଲିବ୍ରିଟି ହୋଇଥିବାରୁ ସମସ୍ୟାର ସମାଧାନ କରେଇ ଦେଇଥିଲୁ ।

Human 3

କିନ୍ତୁ ୬ମାସ ହେଲା ନିର୍ଯାତନା ବଢିଯାଇଥିଲା । ସମାଧାନ ଉଦ୍ୟମ ବି ବିଫଳ ହୋଇଯାଇଥିଲା । କିନ୍ତୁ ନିର୍ଯାତନା ଅସହ୍ୟ ହେବାରୁ ସେ ଥାନାକୁ ଯିବାକୁ ବାଧ୍ୟ ହୋଇଛନ୍ତି । ନିଜ ଶାଶୁ ମଦ ପିଉଥିବା ନେଇ ଅଭିଯୋଗ କୁ ସେ ଖଡନ କରଛନ୍ତି । ତେବେ ଦୁଇଦିନ ଭିତରେ ବିବାଦ ବଡିଥିଲେ ବି ସମାଧାନ ର ସକ୍ଷିପ୍ତ ଦେଇଛନ୍ତି ଶ୍ରେୟା । ସେ କହିଛନ୍ତି କମ୍ପରମାଇଜ ହୋଇପାରିବ । ଏଥିପାଇଁ ଶାଶୁ ଘର ଲୋକ ହାତ ବଢାନ୍ତୁ । କେବଳ ମିଡିଆରେ କହିଲେ ହେବନି ସ୍ତ୍ରୀ ର ଅଧିକାର ମିଳିଲେ ନିଶ୍ଚିତ ଯିବେ ବୋଲି କହିଛନ୍ତି ଶ୍ରେୟା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *