ଏହାର ୧ ଚାମଚ ଖାଆନ୍ତୁ, କ୍ୟାଲସିୟମର ଅଭାବ କେବେ ହେବ ନାହିଁ।

ବନ୍ଧୁଗଣ କଣ କେବେ ଆପଣଙ୍କୁ କୌଣସି କାରଣ ବିନା ମାଂସପେଶୀ ଓ ହାଡ଼ରେ ଅସହନୀୟ ଯନ୍ତ୍ରଣା ଅନୁଭବ ହୁଏ।ଆପଣ ସେଠାରେ କୌଣସି ଲୋସନ କିମ୍ୱା ସ୍ପ୍ରେ ଲଗାଇ ତାକୁ ଠିକ କରିବାକୁ ଚେଷ୍ଟା କରିଥାନ୍ତି। କିଛି ସମୟ ପାଇଁ ତ ଆପଣଙ୍କୁ ଆରାମ ମିଳି ଥାଏ କିନ୍ତୁ ପୁଣି କିଛି ସମୟ ପରେ ସେହି ଯନ୍ତ୍ରଣା ପୁଣି ପାଇଥାନ୍ତି। ଏମିତି ସ୍ଥିତିରେ ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଦେବା ଆବଶ୍ୟକ। କାରଣ ଏହା କ୍ୟାଲସିୟମର ଅଭାବ କାରଣରୁ ହୋଇପାରେ। କ୍ୟାଲସିୟମ ଶରୀର ପାଇଁ ଏକ ମହତ୍ୟ ପୂର୍ଣ୍ଣ ଖଣିଜ ଅଟେ। ଆମ ଦାନ୍ତ ଏବଂ ହାଡ଼ରେ ୯୯ ପ୍ରତିଶତ କ୍ୟାଲସିୟମ ରହିଥାଏ। ଯଦି ଏହାର ଅଭାବ ଥାଏ ତାହେଲେ ଆପଣକଂ ହାଡ଼ ଦୁର୍ବଳ ହୋଇଯାଏ।

ବୟସ୍କ ଏବଂ ବୃଦ୍ଧ ବ୍ୟକ୍ତି ଙ୍କ ପାଇଁ ପ୍ରତିଦିନ ୧୦୦୦ ରୁ ୧୩୦୦ ମିଲିଗ୍ରାମ କ୍ୟାଲସିୟମର ଆବଶ୍ୟକ ହୋଇଥାଏ। କୌଣସି ମେଡିସିନ ନ ଖାଇ ଆପଣ ଘରୋଇ ଉପାୟରେ କ୍ୟାଲସିୟମ ବଢାଇ ପାରିବେ। ଏହାକୁ ମାତ୍ର କିଛି ଦିନ ବ୍ଯବହାର କରିବାର ଅଛି ଆପଣଙ୍କୁ। ଶରୀରରେ କ୍ୟାଲସିୟମ ର ଅଭାବକୁ ଦୂର କରିବା ପାଇଁ ରାଶିର ତେଲ ଏକ ବହୁତ ଭଲ ଘରୋଇ ଉପଚାର ଅଟେ। ଏଥି ପାଇଁ ଆପଣଙ୍କୁ ଧଳା ରାଶିର ଆବଶ୍ୟକ ହେବ।

joint pain

ପ୍ରଥମେ ଆପଣ ୩ ରୁ ୪ ଚାମଚ ରାଶିକୁ ହାଲକା ଭାଜି ନିଅନ୍ତୁ। ଯାହା ଦ୍ଵାରା ଏହା ଗୁଣ୍ଡ କରିବାକୁ ସହଜ ହେବ। ୨ ରୁ ୩ ମିନିଟ ଏହାକୁ ହାଲକା ଗରମ କଲାପରେ ଏହାକୁ ଗ୍ରାଇଣ୍ଡରରେ ପକାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ।

ଏହାକୁ ଆପଣ ସୁପ ବା ସାଲାଡ଼ ରେ ମିଶାଇ ମଧ୍ୟ ଖାଇ ପାରିବେ।ଏବେ ଏକ ଗ୍ଲାସ ଗାଈ କ୍ଷୀର ନିଅନ୍ତୁ। ଏକ ଚାମଚ ଏହି ରାଶି ଗୁଣ୍ଡକୁ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଆପଣ ଏହାର ସେବନ କରନ୍ତୁ। ଦିନକୁ ତିନିଥର ଭାବେ ୧୫ ଦିନ ପର୍ଯ୍ୟନ୍ତ ଏହାକୁ ସେବନ କରନ୍ତୁ ଦେଖିବେ କ୍ୟାଲସିୟମ ର ଅଭାବ ସବୁ ଦିନ ପାଇଁ ଦୂର ହୋଇଯିବ।

joint pain

ଦ୍ୱିତୀୟଟି ହେଲା ଏକ ପାତ୍ରରେ ଏକ ଗ୍ଲାସ ପାଣି ନେଇ ଫୁଟାନ୍ତୁ । ଏବେ ସେଥିରେ ଏକ ଚାମଚ ଜିରା ପକାନ୍ତୁ। ଏକ ଇଞ୍ଚ ଲମ୍ବର ଅଦା କୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ପକାନ୍ତୁ। ଏହାକୁ ଭଲ ଭାବେ ୫ ରୁ ୭ ମିନିଟ ଫୁଟାନ୍ତୁ।କିଛି ସମୟ ପରେ ଏହାକୁ ଛାଣି ନିଅନ୍ତୁ। ଏହାର ସ୍ଵାଦ ବଢାଇବା ପାଇଁ ଏଥିରେ କିଛି ମହୁ ମିଶେଇ ପାରିବେ।

ଏହି ପାଣିକୁ ଦିନକୁ ଦୁଇ ଥର ସେବନ କରନ୍ତୁ।ଏହା ଦ୍ଵାରା ଶରୀରରୁ କ୍ୟାଲସିୟମ ର ଅଭାବ ଦୂର ହୋଇଥାଏ।ଏହା ସହ ଆପଣ ପ୍ରତିଦିନ ଏକ କପ ଦହି ମଧ୍ୟ ଖାଇ ପାରିବେ ଯାହା ଦ୍ଵାରା ଏହା କ୍ୟାଲସିୟମର ଅଭାବକୁ ଦୂର କରିପାରିବ।

Leave a Reply

Your email address will not be published. Required fields are marked *