ଆମ୍ବର ଦାମ ୨.୫ ଲକ୍ଷ ଟଙ୍କା, ସାରା ଭାରତରେ ହାଲ୍ଲା।

Mango

ତେବେ ଏବେ ଏକ ଖବର ଯାହା ସଭିଙ୍କ ଭିତରେ ଭାଇରାଲ ହେବାରେ ଲାଗିଛି କି ଜଣେ ଚାଷୀ ନିଜର ଆମ୍ବ କ୍ଷେତ ରେ ଜଗିବା ପାଇଁ ଚାରି ଜଣ ଗାର୍ଡ ତଥା ୬ ଜଣ ବିଦେଶୀ କୁକୁର ଜଗାଇଛନ୍ତି। ଏହି ଆମ୍ବ ହେଉଛି ଜାପାନର ରିଓ ଆମ୍ବ ଆଉ ଯାହା ଖବର ଅନୁଯାୟୀ ଜଣା ପଡୁଛି କି ଏହି ଆମ୍ବ କ୍ଷେତରେ ଏତେ ଅଧିକ ଟଙ୍କା ଖର୍ଚ କରିବାର ବି ବହୁତ ବଡ଼ କାରଣ ଅଛି। ତେବେ ଏହି ବଡ଼ ଖବର କଣ ତାହା ଆଜି ଆମେ ଜାଣିବାକୁ ଯାଉଛୁ। ଏହି ଖବର ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଆପଣ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

Mango

ଏହି ଆମ୍ବ ହେଉଛି ଦୁନିଆର ସବୁଠୁ ମହଙ୍ଗା ଆମ୍ବ। ଏହା ଏତେ ମହଙ୍ଗା କି ଆମ ଭଳି ସାଧାରଣ ଲୋକ ଏହାକୁ କିଣି ପାରିବେ ନାହିଁ ଆଉ ତାହା କେବଳ କିଛି ବଡ଼ ଲୋକ ମାନଙ୍କର ପରିବାର ପାଇଁ ଅଟେ। ଯାହା ଜଣା ପଡୁଛି କି ଭୋପାଳର ଦମ୍ପତ୍ତି ଜାପାନରୁ ଆଣି ଏହି ଚାରା ନିଜ ଘର ବଗିଚାରେ ଲଗାଇଛନ୍ତି ଆଉ ତାହାକୁ ଜଗିବା ପାଇଁ ସେ ଚାରି ଜଣ ଗାର୍ଡ ଆଉ ୬ ଜଣ ବିଦେଶୀ କୁକୁରଙ୍କ ଜଗାଇ ଛନ୍ତି। ଯାହା ଜଣା ପଡୁଛି କି କେବଳ ଜାପାନ ବ୍ୟତୀତ ଭାରତ ଆଉ ଅନ୍ୟ ବଡ଼ ବଡ଼ ଦେଶ ମାନଙ୍କରେ ଏହି ଆମ୍ବର ଚାହିଦା ବହୁତ ଅଧିକ ଅଟେ। କେବଳ ଚାହିଦା ହି ନୁହଁ ବରଂ ଏହାର ଦାମ ମଧ୍ୟ ଅତ୍ୟଧିକ ଅଟେ। ଖବର ଅନୁଯାୟୀ ଏହି ଆମ୍ବର ଦାମ ଗୋଟେ କିଲୋ ପୀଛା ୨ ଲକ୍ଷ ୭୦ ହଜାର ଅଟେ।

ଏହି ଦାମ ଆପଣଙ୍କର ଶୁଣିବା କ୍ଷଣି ହି ବିଶ୍ୱାସ ହେଉ ନଥିବ ମାତ୍ର ଏହା ସତ୍ୟ ଅଟେ। ଏହି ଆମ୍ବ ପୂର୍ବ ବର୍ଷ ଆନ୍ତର୍ଜାତୀୟ ବଜାର ରେ ୨ ଲକ୍ଷ ୭୦ ହଜାରରୁ ୨ ଲକ୍ଷ ୮୦ ହଜାର ଭିତରେ ବିକ୍ରି ହେଇଛି। ତେବେ ମଧ୍ୟପ୍ରଦେଶର ଭୋପାଳ ସହରରେ ଥିବା ଏହି ଆମ୍ବ ଗଛ ବାବଦରେ ସାରା ଦେଶରେ ଏବେ ଚର୍ଚ୍ଚା ରହିଛି। ଏହି ଆମ୍ବ ଗଛରେ ଫଳୁଥିବା ଆମ୍ବର ଦାମ ଲକ୍ଷାଧିକ ଟଙ୍କା ଅଟେ ଆଉ ତାହା ଆନ୍ତର୍ଜାତୀୟ ବଜାର ରେ ବହୁତ ଅଧିକ ମୂଲ୍ୟବାନ ଅଟେ।

Mango a

ପୂର୍ବ ବର୍ଷ ଯେତେବେଳେ ଏହି ଆମ୍ବଗଛ ଲଗା ଯାଇଥିଲା ତ ଏହା ଭିତରେ ପଶି କିଛି ଦୁର୍ବୃତ୍ତ ଏହି ଆମ୍ବ ଚୋରି କରି ନେଇ ଥିଲେ। କେବଳ ଆମ୍ବ ଚୋରି କରିଥିଲେ ତାହା ନୁହଁ ସେମାନେ ଏହି ଆମ୍ବ ଗଛ ମାନଙ୍କର ବ୍ୟାପକ କ୍ଷତି ମଧ୍ୟ କରି ଥିଲେ। ଏହାର ସୁରକ୍ଷା ପାଇଁ ହି ସେହି ଆମ୍ବ ଗଛର ମାଲିକ ଏହି ବଗିଚା ଭିତରେ ଚାରି ଜଣ ଗାର୍ଡଙ୍କୁ ରଖିବା ସହ ୬ଟି ପ୍ରଜାତିର କୁକୁର ମାନଙ୍କୁ ମଧ୍ୟ ଜଗାଇଛନ୍ତି। କେବଳ ଏହା ହି ନୁହଁ ଗୁଜୁରାଟର ଜଣେ ବ୍ୟାପାରି ଏହି ଆମ୍ବ କିଣିବା ପାଇଁ ଏଯାଏ ଇଛା ପ୍ରକାଶ କରି ସାରିଛନ୍ତି।

ଏହି ଆମ୍ବରେ ବିଟା କ୍ୟାରଟିନ ତଥା ଫୋଲିକ ଏସିଡ ଇତ୍ୟାଦି ପୋଷକ ତତ୍ତ୍ୱ ଅଛି ତେଣୁ ଏହାର ଦାମ ଏତେ ଅଧିକ ଅଟେ ବୋଲି କୁହାଯାଉଛି। ଗୋଟେ ଗୋଟେ ଆମ୍ବର ଦାମ ୨୧ ହଜାର ଟଙ୍କା ଅଟେ।

Leave a Reply

Your email address will not be published. Required fields are marked *