ACFO ସୌମ୍ୟ କେସରେ ଚାଞ୍ଚଲ୍ୟକର ଖୁଲାସା ! ଅକ୍ଷୟ କହିଲେ ଏମିତି କଥା

ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପରଠାରୁ ବଲାଙ୍ଗୀରରେ ବିଦ୍ୟାଭରତୀଙ୍କ ‘ବ୍ୟାଚଲର୍‌ ପାର୍ଟି’କୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିସହିତ ବିଦ୍ୟାଭରତୀ କାହା ସହିତ ଏବଂ କେଉଁ ଗାଡ଼ିରେ ବଲାଙ୍ଗୀର ଯାଇଥିଲେ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଜଣାପଡ଼ିଛି ଯେ ବିଦ୍ୟାଭାରତୀ ବ୍ୟବହାର କରିଥିବା କାର୍‌ ବନବିଭାଗର ନୁହେଁ। ସୌମ୍ୟରଞ୍ଜନ ବ୍ୟକ୍ତିଗତ ଭାବେ ଏହାକୁ ଭୁବନେଶ୍ୱର, ବଲାଙ୍ଗୀର ଓ ବାଲେଶ୍ବର ଗସ୍ତବେଳେ ବ୍ୟବହାର କରୁଥିଲେ।

ଏହାରି ଭିତରେ ବିଦ୍ୟାଭାରତୀଙ୍କ ପୁଣି ଏକ ହାତଲେଖା ଗଣମାଧ୍ୟମରେ ଘୂରି ବୁଲୁଛି । ସେଥିରୁ ଉଲ୍ଲେଖ ଥିବା ଅକ୍ଷୟ ନାମଧାରୀ ଚରିତ୍ରକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

samya

ବିଦ୍ୟାଭାରତୀଙ୍କ ଏହି ହାତଲେଖାରେ ରହିଛି “ହେ ଭଗବାନ, ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘୃଣା କରେ, ସେଠାରେ ମୋ ପାଇଁ କେହି ନାହିଁ… ଇନ୍‌ସଲ୍ଟ ହେଲା, ଅନ୍‌ନେସେସେରୀ କଥା କହିକି ନିଜର ଇନ୍‌ସଲ୍ଟ କଲି… ଖାଲି ସୁପର୍‌ଫିସିଆଲି ହିଁ ମିଶନ୍ତି… ମନ ଭିତରେ କ୍ଷତି ହିଁ ଚାହାନ୍ତି… କିଛି ପ୍ରବ୍ଲେମ ନକରିକି ବି ଏତେ ରାଗ… ଏତେ ପରିମାଣରେ ଜିଲସ୍‌ନେସ୍‌, ବହୁତ ଖୁସି ଲାଗୁଛି… ଆହୁରି ଜଳୁଥାଆ… ଆଉ ତୁମ ଜିଲସ୍‌ନେସ୍‌ ଦେଖିକି ଭଗବାନ ହସୁଥିବେ… ଭଲ କଥା… ଆଜି ତମର ମେଜରିଟି ଅଛି, କାଲି ମୋର ମେଜରିଟି ରହିବ… ଆଉ ମୋର ଟାଇମ୍‌ ବି… ଅଂଶୁ ଅପାଙ୍କୁ ୮୦ ଦବାର ଅଛି… ଆଉ ତା ଛଡ଼ା ସବୁ ଅଲ କ୍ଲିଅର ଅଛି… ତାଠୁ ଗୋଟେ ବେଟର୍‌ ଖୋଜିବି… ଏତେ ନେଗ୍ଲିଜିବ୍ଲ ଫିଲ୍‌ କରେଇଲା… ଆଇ ହେଟ୍‌ ହିମ୍‌… ବହୁତ କଥା ଅଛି ପରେ କହିବି….’।

ଏତିକି ଲେଖା ରହିଥିବା ବେଳେ ଆଉ କିଛି ଲେଖା ହୋଇ କଟା ଯାଇଛି । “ମୋତେ ଅକ୍ଷୟର ଷ୍ଟାଟସ୍‌ ଦେଖିକି ମୋତେ କହିଥିଲା ଦେଖିବା ପାଇଁ’ ଲେଖା ହୋଇ କଟା ହୋଇଛି । ତେବେ ଏହି ସବୁ କଥା ଗଣ ମାଧ୍ୟମରେ ଚର୍ଚା ଯୋର ଧରିଥିବା ବେଳେ ଏବେ ସାମ୍ମାନକୁ ଆସିଛନ୍ତି ଅକ୍ଷୟ ଆଉ କହିଛନ୍ତି ଘଟଣା ପଛର ସବୁ ସତ ।

Somyaranjan

ତେବେ ଅକ୍ଷୟ ଙ୍କ କଥା ଅନୁସାରେ ବିଦ୍ୟାଭାରତୀଙ୍କ ସହ ତାଙ୍କର ସେମିତି କୌଣସି ସମ୍ପର୍କ ନାହିଁ । ସେ କେବଳ ଗୋଟିଏ କଲେଜରେ ପଢୁଥିଲେ ଏବଂ ସମସ୍ତଙ୍କ ପରି ସାଧାରଣ ସାଙ୍ଗ ଅଟନ୍ତି । ବିଦ୍ୟାଙ୍କ ବାହାଘର ପରେ ନା ସେ କେବେ ବିଦ୍ୟା ଭରତୀଙ୍କୁ ଦେଖା କରିଛନ୍ତି , ନା କଥା ହୋଇଛନ୍ତି ।

ହେଲେ ମିଡିଆରେ ତାଙ୍କ ନାମକୁ ଅପ ପ୍ରଚାର କରା ଜାଉଛି ବୋଲି ସେ କହିବା ସହିତ । ସେ ଏହି ବିଷୟରେ ବହୁତ ଦୁଃଖିତ ବୋଲି ଜଣାଇଛନ୍ତି । ହେଲେ ସୋସିଆଲ ମିଡିଆରେ ଅକ୍ଷୟ ଓ ବିଦ୍ୟାଭରତୀ ଲଭ ଷ୍ଟୋରୀ କହି ଏମିତି ଅନେକ କିଛି ଭାଇରାଲ ହେବାରେ ଲାଗିଛି । ତେବେ ପୋଲିସ ଏହି ଘଟଣାର ସୁତା ଖିଅ କୁ କେବେ ସଜାଡି ପାରିବ , ତାହା କେବଳ ଦେଖିବା ବାକି ରହିଳା ।

Leave a Reply

Your email address will not be published. Required fields are marked *