29 ଜାନୁଆରୀ 2020 ବୁଧୁବାର ରାଶିଫଳ – ଏହି ସବୁ ରାଶିଙ୍କ ଉପରେ ମହାଦେବ ଆଜିଠୁ ହେବେ ପ୍ରସନ୍ନ

rasiphala2

ମେଷ ରାଶି : ଆଜି ଆପଣ ବିନା କାରଣରେ ଚିନ୍ତା କରିବା ଦରକାର ନାହୀଁ । କେଉଁ କାମରେ ଅଚାନକ ଯାତ୍ରା କରିବାକୁ ପଡିପାରେ , ନୁଆ ଲୋକଙ୍କ ସହ ସାକ୍ଷାତ ହୋଇପାରେ , ଆଜି ଆପଣ ଭଲ ଅନୁଭବ କରିବେ  ଏକାଗ୍ର ହୋଇକରି କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବାର ଯୋଗ ଅଛି,  ଆପଣଙ୍କ ଘରେ ଅତିଥିଙ୍କ ଆଗମନ ହୋଇପାରେ , ଛୋଟ ଛୁଆଙ୍କ ପାଇଁ କିଛି ଉପହାର୍ ଦିଅନ୍ତୁ , ଆପଣଙ୍କ ସବୁ ଅସୁବିଧା ଦୁର ହୋଇଯିବ , ସବୁଦିନର କାମରେ ଫାଇଦା ଆସିପାରେ , ପ୍ରୋପଟି କାମ ପୁରା ହୋଇପାରେ ।

ବୃଷ ରାଶି ; ଆଜି ନୁଆ ପ୍ରଭାବଶାଳି ଲୋକଙ୍କର ସହ ସାକ୍ଷାତ ହେବା ଦ୍ୱାରା ଭଲ ଅନୁଭବ କରିବେ , ସାଇନ୍ସ ଛାତ୍ରଙ୍କ ପାଇଁ ଦିନ ଭଲ ରହିବ , ଆପଣଙ୍କ ନିଜ ପରିଶ୍ରମ କରିବା ଜରୁରୀ , ସେହି ସାଙ୍ଗଙ୍କ ସହ କେଉଁଆଡେ ଲମ୍ବା ଯାତ୍ରାରେ ଯାଇପାରନ୍ତି , ଏଥିପାଇଁ ଆପଣଙ୍କୁ କୌଣସି ଚିନ୍ତା କରିବା ଦରକାର ନାହିଁ , ନିଜ ଭାବନାରୁ ଅନ୍ୟଙ୍କୁ ପ୍ରଭାବିତ୍ କରିବେ , ପ୍ରଚୁର ମାତ୍ରାରେ ଧନ ଲାଭ ହେବାର ସଂମ୍ଭାବନା ଅଛି  ଅଫିସ୍ ରେ ଚିନ୍ତାଯୁକ୍ତ ସ୍ଥିତି ଶେଷ ହୋଇଯିବ ।

brusha

ମିଥୁନ ରାଶି : ଆପଣଙ୍କ ଅଡୁଆ ହୋଇଥିବା ମାମଲା ଶେଷ ହୋଇଯିବ  ପ୍ରେମୀଙ୍କ ସହ ସାକ୍ଷାତ ଲାଭଦାୟୀ ରହିବ , ଶତ୍ରୁ ଚିନ୍ତିତ ରହିବେ , ଧନ ଲାଭ ଏବଂ ଅନେକ କାର୍ଯ୍ୟ ପୁରା ହେବ , ସେୟାର୍ ସଟ୍ଟାରେ ପୁଞ୍ଜିନିବେଶ କରିବାର ଅଛି , ନିବେଶ ତଥା ଚାକିରିରେ ଭଲ ପରିଣାମ ପାଇବେ , ସନ୍ତାନଙ୍କ ଉପଲବ୍ଧି ପ୍ରସନତା ଆହୁରି ବଢିବ , ସହକର୍ମିଙ୍କ କାର୍ଯ୍ୟରେ ସାହାଯ୍ୟ କରିବେ , କାମ କାର୍ଯ୍ୟରେ ସଂବନ୍ଧିତ ଓ ବ୍ୟବହାରିକ ଆଇଡିଆ ଆପଣଙ୍କ ଦିମାଗରେ ଆସିବ ।

କର୍କଟ ରାଶି : ନିଜ ସଂମ୍ପର୍କର ଦୃଷ୍ଟିରୁ ଦିନ ଭଲ ଅଛି, ସଂମ୍ପତ୍ତିର ଲାଭ ହେବ , ପ୍ରୟାସରତ କାର୍ଯ୍ୟରୁ ସଫଳତା ମିଳିବ , ଲେଖନ କାର୍ଯ୍ୟରୁ ଧନ ଲାଭ ହେବ , ଯଦି ଆପଣଙ୍କ ଘରେ କେଉଁ ପାରିବାରିକ କଳହ ଚାଲୁଛି , ତେବେ ଶେଷ ହୋଇଯିବ , ଭାବେଶରେ କିଛି କାମ କରନ୍ତୁ ନାହିଁ , କ୍ଷତି ହୋଇପାରେ , ସବୁଦିନ କାମକୁ ପୁରା କରିବାକୁ ପରିଶ୍ରମ ଦୌଡାଦୌଡି କରିବାକୁ ପଡିପାରେ , କେଉଁ ପ୍ରକାରର ରୋଚକ ବିଚାର ଓ ଯୋଜନା ଆଜି ହୋଇପାରିବ ।

ସିଂହ – ଆଜି ଆପଣଙ୍କର ଆଖପାଖ ଲୋକ ଆପଣଙ୍କୁ ଭୁଲ ବୁଝିପାରନ୍ତି, ଏଥି ପାଇଁ ଆପଣଙ୍କର ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ । ଯାହାବି କୁହନ୍ତୁ ବୁଝି ସୁଝି କୁହନ୍ତୁ, ଯଦି ଆପଣଙ୍କର ଶବ୍ଦକୁ ଭୁଲ ବୁଝି ନିଆ ଯାଏ ତେବେ ଅସୁବିଧା ହୋଇପାରେ । ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ଆଜି ଆପଣ ଚିନ୍ତାରେ ଘେରି ରହିବେ ଏବଂ ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ହୋଇପାରେ। ପରିବାରରେ ମଧ୍ୟ ମତଭେଦ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣ ସମସ୍ତ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ଅନୁଭବ କରିବେ,ପ୍ରତିକାର:- ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।

rasi.ch

କନ୍ୟା – ଆଜି ଯୁକ୍ତି କିମ୍ବା କଳି ହେବାର ସମ୍ଭାବନା ଅଛି । ଏଥିପାଇଁ ଆପଣ କୌଣସି ଯୁକ୍ତି କିମ୍ବା କଳିରେ ନପଡ଼ିବା ପାଇଁ ଚ଼େଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଲାଗେ କି ପରିସ୍ଥିତି ବିଗୁଡ଼ୁଛି ତେବେ ଆପଣ ନିଜକୁ ତା` ଠାରୁ ଦୂରରେ ରଖନ୍ତୁ । ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।ଆପଣଙ୍କ ଆଜିର ଦିନ ମଧ୍ୟମଫଳଦାୟୀ ରହିବ। ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ। ଆପଣଙ୍କ ସୃଜନାତ୍ମକ ଏବଂ କଳାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହୋଇପାରେ। ମଧ୍ୟାହ୍ନ ପରେ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି,ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ।

ତୁଳା – ନିଜ ସାଙ୍ଗ ସାଙ୍ଗରେ କୌଣସି ଯୁକ୍ତି କରନ୍ତୁ ନାହିଁ କାରଣ ମାନସିକ ଶାନ୍ତି ହରାଇ ବସିବେ ।ଯଦି ଆପଣ କୌଣସି ଅସୁବିଧାରେ ରହନ୍ତି ତଥାପି ନିଜକୁ ଶାନ୍ତି ରଖନ୍ତୁ ।ଏହି ସମୟରେ କୌଣସି ଯୁକ୍ତି ଆପଣଙ୍କର ସମ୍ପର୍କ ଓ ଶାନ୍ତି ପାଇଁ ଖରାପ ହୋଇପାରେ । ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି । ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ। ଯାତ୍ରା ଲାଭଦାୟୀ ନୁହେଁ। ଧାର୍ମିକ କାର୍ଯ୍ୟ ହେବ,ପ୍ରତିକାର:- ଗୋମାତାକୁ ଖାଇବାକୁଦେବା ଆବଶ୍ୟକ।

ବିଚ୍ଛା : କିଛି ସମୟରୁ ଆପଣଙ୍କ ଘରେ ଛୋଟଛୋଟ କଥାକୁ ନେଇ ଝଗଡା ସୃଷ୍ଟି ହେଉଛି । କିନ୍ତୁ ଆଜି ଆପଣ ଏହି ଝଗଡାକୁ ସମାପ୍ତ କରି ହିଁ ଦିଅନ୍ତୁ । ଆଜି ଆପଣ ନିଜର ଚେଷ୍ଟାରେ ଏହି କାର୍ଯ୍ୟଟି କରି ହିଁ ନିଅନ୍ତୁ । ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ନ ପକାଉ ଏହାର ଧ୍ୟାନ ରଖିବେ। ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନୀପୂର୍ବକ କାର୍ଯ୍ୟ କରିବେ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ। ଶତ୍ରୁ ନିଜର ଚାଲରେ ସଫଳ ହେବେ।

rasi-chakra

ଧନୁ – ଆଜି ଆପଣଙ୍କ ଘରେ ଶାନ୍ତିର ବାତାବରଣ ରହିବ, ନିଜର ଘରୋଇ ଜୀବନକୁ ବଦଳାଇବାରେ ବହୁତ ବଡ଼ ଯୋଗଦାନ ଦେଇଛନ୍ତି । ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ । ଆଜି ଆପଣ ସବୁ କିଛି ଭୁଲିଯାଇ ଖୁବ୍ ନାଚ଼ନ୍ତୁ ,ନଚ଼େତ୍ କୌଣସି ସମାରୋହ କରନ୍ତୁ । ସେଠାକୁ ସଭିଙ୍କୁ ନିମନ୍ତ୍ରଣ କରନ୍ତୁ । ଆଜି ଆପଣ ଯାହା କିଛି କରୁଛନ୍ତି ପୂର୍ଣ୍ଣ ମନରେ କରନ୍ତୁ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ ।ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଆଜି ପ୍ରତ୍ୟେକ କାର୍ଯ୍ୟରେ ସରଳତାରେ ସଫଳତା ପ୍ରାପ୍ତି ହେବ। ପରିଣାମ ସ୍ଵରୂପ ଆପଣ ମାନସିକରୂପରେ ପ୍ରଫୁଲ୍ଲିତ ରହିବେ। ଚାକିରିରେ ଉଚ୍ଚାଧିକାରିମାନଙ୍କର ପ୍ରସନ୍ନତା କାରଣରୁ ପଦୋନ୍ନତିର ଯୋଗ ଅଛି|ପ୍ରତିକାର–ରୁଟିଗୁଡ ଗାଈକୁ ଖାଇବାକୁ ଦେବେ।

ମକର – ଆଜି ଆପଣଙ୍କ ଘରେ ସୁଖ ଶାନ୍ତିର ବାତାବରଣ ହୋଇପାରିଛି ।ନିଜ ପରିବାର ସାଂଗରେ କଟାଉଥିବା ସମୟର ପରିପୂର୍ଣ୍ଣ ଆନନ୍ଦ ନିଅ । ଆପଣ ବିଦେଶୀ କଥା ହେବେ ଏବଂ ପରସ୍ପର ଭିତରେ ମଜା କରିବେ ।ଆପଣ ଛୋଟ ଛୋଟ ଖୁସି ନିଜ ପରିବାରର ଲୋକଙ୍କ ସହିତ ବାଣ୍ଟିବେ ।  ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ ।କାର୍ଯ୍ୟ-ସଫଳତା ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବା ପାଇଁ ଆଜିର ଦିନ ଶୁଭ ଅଟେ। ପରିଜନମାନଙ୍କ ସହିତ ଆପଣ ଆନନ୍ଦ-ଉଲ୍ଲାସପୂର୍ଣ୍ଣ ବାତାବରଣରେ ସୁଖଦପୂର୍ଣ୍ଣ ସମୟ ବିତାଇବେ। ଆର୍ଥିକ ଲାଭର ମଧ୍ୟ ଆଜି ସମ୍ଭାବନା ଅଧିକ ଅଛି। ଆବଶ୍ୟକ ବିଷୟଗୁଡ଼ିକ ପଛରେ ଖର୍ଚ୍ଚ ହେବ।ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ – ଆଜି ଆପଣ ନିଜ ଘରୋଇ ଜୀବନ ପ୍ରତି ସନ୍ତୁଷ୍ଟ ରହିବେ । ବହୁତ ସମୟରୁ ଆପଣ ନିଜର ଘରୋଇ ଜୀବନ ବିଷୟରେ ଭାବୁ ନଥିଲେ । କେତେ ସମୟ ବିତିଗଲା ଯୋଉଁଥିପାଇଁ ଆପଣ ଏହା ଅନୁଭବ କରିପାରିବେ ନାହିଁ ଯେ ଆପଣଙ୍କର ଘରୋଇ ଜୀବନଟି କେତେ ମହତ୍ତ୍ୱପୂର୍ଣ୍ଣ । ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ ।ଆଜି ଆପଣଙ୍କୁ ଶାରୀରିକ ଶିଥିଲତା ଏବଂ ମାନସିକ ବ୍ୟଗ୍ରତା ଅନୁଭବ ହୋଇପାରେ। ମିତ୍ରମାନଙ୍କ ଏବଂ ସନ୍ତାନମାନଙ୍କ ସମ୍ବନ୍ଧିତ କୌଣସି କଥାର ଚିନ୍ତା ଗ୍ରାସ କରିପାରେ। ଆକସ୍ମିକ ଧନଖର୍ଚ୍ଚର ଯୋଗ ଅଛି। କୌଣସି ଭାବରେ ବିବାଦରୁ ଆଜି ଆପଣ ଦୂରରେ ରୁହନ୍ତୁ,ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ମୀନ : ଆଜି ଆପଣଙ୍କୁ ଏହା ଜାଣି ବହୁତ ଖରାପ ଅନୁଭବ ହେବଯେ ଯାହାକୁ ଆପଣ ନିଜ ସାଙ୍ଗ ଭାବୁଛନ୍ତି ସେ ଆପଣଙ୍କ ପିଠି ପଛରେ ଆପଣଙ୍କର ଖରାପ କରୁଛନ୍ତି । ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ । ବୈଚାରିକ ସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ କାହାକୁ ମଧ୍ୟ ପ୍ରଭାବିତ କରିପାରିବେ। ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମ ଆସିବ। ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରିପାରିବେ। ଆଜିର ସମ୍ପୂର୍ଣ୍ଣ ଦିନ ଆନନ୍ଦରେ କଟିବ। ଚାକିରିରେ ସହକର୍ମିମାନଙ୍କ ସହାୟତା ମିଳିବ। ମଧ୍ୟାହ୍ନ ପରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

Leave a Reply

Your email address will not be published. Required fields are marked *