19 ମାର୍ଚ 2020 ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasiphala2

ମେଷ – ଆଜି ଆପଣଙ୍କ ମନରେ, ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରେ ଓ ଆପଣଙ୍କ ମାନସିକ ସ୍ତରରେ ଶାନ୍ତି ପାଇବେ । କର୍ମକ୍ଷେତ୍ରରେ ଶନି ସହ ଚନ୍ଦ୍ର ଯୋଗୁଁ ଆପଣଙ୍କ କର୍ମଦକ୍ଷତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତିରେ ସ୍ଵଚ୍ଛଳତା ଆସିବ । ପୂର୍ବରୁ ପ୍ରସ୍ତୁତ କରିଥିବା ବ୍ୟବସାୟ ସମ୍ଭନ୍ଧିତ କୌଣସି କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ଅଫିସରେ ନିଜ କାମକୁ ନିଷ୍ଠାର ସହ ସମ୍ପର୍ଣ୍ଣ କରିବେ । ସାମାଜିକ ସ୍ତରରେ ଆପଣଙ୍କ ଯଶ ଓ କୀର୍ତ୍ତି ବୃଦ୍ଧି ହେବାର ସମ୍ଭାବନା ରହିଛି । କିନ୍ତୁ ଗୁପ୍ତ ଶତ୍ରୁଙ୍କ ଦ୍ଵାରା କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହା ସଙ୍ଗକୁ ଆକସ୍ମିକ କଳହ କିମ୍ବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଓ ଉପାସନା ପଛରେ ଧନ ଖର୍ଚ୍ଚ ହୋଇପାରେ । ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ । ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ବୃଷ – ମନ ଉତ୍ସାହିତ ରହିବ । ଶନି କ୍ଷେତ୍ରସ୍ଥ ଚନ୍ଦ୍ର ଯୋଗୁଁ ସମ୍ପର୍କୀୟ ବନ୍ଧୁଙ୍କ ଠାରୁ ସ୍ନେହ, ଆଦର ପାଇଁ ଆତ୍ମତୃପ୍ତି ଅନୁଭବ କରିବେ । ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ସ୍ଥଗିତ କାର୍ଯ୍ୟର ପୁନରାବୃତ୍ତି ସଙ୍ଗକୁ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟ ସକାଶେ ଅନୁପ୍ରେରିତ ହୋଇପାରନ୍ତି । କରମକଷତରରେ ଲାଗି ରହିଥିବା ସମସ୍ୟା କ୍ରମଶଃ ଦୂର ହେବ । ସମାଜରେ ଓ ରାଜନୀତି କ୍ଷେତ୍ରରେ ଯଶ ଓ କୀର୍ତ୍ତି ବୃଦ୍ଧି ପାଇବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ । କୌଣସି ସମସ୍ୟାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମତାନ୍ତର ଉପୁଜିପାରେ, ମାତ୍ର ବନ୍ଧୁଙ୍କ ସହାନୁଭୂତି ଲାଭ କରି ସମାଧାନ କରିବେ । ପ୍ରେମ ପାଇଁ ଦିନ ଅତି ଉତ୍ତମ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ – ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ରବି ଓ ବୁଧ ନିଜ ନିଜ ଭାବରୁ ଦୁଃସ୍ଥାନସ୍ଥ ଯୋଗୁଁ ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିପାରେ । ସଭାସମିତିରେ ବିବାଦୀୟ ମନ୍ତବ୍ୟ ଦେଇ ଅପମାନିତ ହୋଇପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି । ଅଫିସ କାର୍ଯ୍ୟାଳୟରେ ବାତାବରଣ ଅସ୍ଵାସ୍ଥ୍ୟକର ରହିବ । ମନରେ ବିରକ୍ତି ଭାବ ଜାତ ହେଲେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ନ୍ୟାୟ ଓ ନିଷ୍ଠାର ସହ ସମ୍ପାଦନ କରିବେ । ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । କୌଣସି ନିର୍ମାଣଧୀନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଆଇନ, ଅଦାଲତ ଓ ପରିବହନ କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

rasi-chakra

କର୍କଟ – ମନରେ ଆତ୍ମବିଶ୍ଵାସ ଅତୁଟ ରହିବ । ଶୁକ୍ରଙ୍କ ଶୁଭଦୃଷ୍ଟି ଯୋଗୁଁ ସାମାଜିକ ସ୍ତରରେ ସମ୍ମାନିତ ହେବ ସଙ୍ଗେ ସଙ୍ଗେ ସ୍ଵର୍ଣ୍ଣ ଅଳଙ୍କାର, ଯାନବାହାନ ପ୍ରାପ୍ତିର ଯୋଗ ରହିଛି । ଶତୃମାନେ ମିତ୍ରତାର ହାତ ବଢ଼ାଇବେ । କର୍ମକ୍ଷେତ୍ର ଓ ପରିବାରରେ ଲାଗିରହିଥିବା ସମସ୍ୟାଗୁଡିକ ଦୂର ହୋଇପାରେ । ବ୍ୟବସାୟ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଚାକିରିରେ ସାମାନ୍ୟ ଅଶାନ୍ତିର ସାମନା କରିବେ । ଆମୋଦ-ପ୍ରମୋଦ ସମ୍ବନ୍ଧିତ ବସ୍ତୁକୁ କିଣିବା ଯୋଗୁଁ ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ସିଂହ – ଦିନଟି ଆପଣଙ୍କ ଭଲ ରହିବ । ଆପଣଙ୍କର ଆତ୍ମବିଶ୍ୱାସ ଯଥେଷ୍ଟ ବୃଦ୍ଧି ହେବ । ତୃତୀୟାଧିପ ଭାଗ୍ୟସ୍ଥାନରୁ ସ୍ଵଗୃହକୁ ଅବଲୋକନ କରୁଥିବାରୁ ସମ୍ପର୍କୀୟଙ୍କ ଦ୍ଵାରା ସମସ୍ୟାର ସମାଧାନ ହୋଇଯିବ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟକୁ ନିଷ୍ଠର ସହ ସମ୍ପାଦନ କରିବା ହେତୁ ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଘରେ ଅତିଥିଙ୍କ ଆଗମନ ହେତୁ ପରିବେଶ ସୁଖଦ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ବିଶେଷ କରି କୌଣସି ଦେବୀ ମନ୍ଦିରରେ ଘିର ଦୀପ ପ୍ରଜ୍ଵଳନ କରନ୍ତୁ, ଲାଗି ରହିଥିବା ସମସ୍ୟା ଶୀଘ୍ର ଦୂର ହେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ କଟକଚଣ୍ଡୀ ।

କନ୍ୟା – ଆଜି ତୁଳା ରାଶିର ବ୍ୟକ୍ତିମାନେ ଜୀବନରେ ସଫଳତା ହାସଲ କରିବେ ଏବଂ ନିଜର ପ୍ରକୃତ ପ୍ରେମ ଖୋଜିବାରେ ମଧ୍ୟ ସଫଳତା ହାସଲ କରିବେ । ବ୍ୟବସାୟୀମାନେ କଠିନ ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ । କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ସଭାସମିତିରେ, ବିବାଦୀୟ ଘଟଣାରେ ବନ୍ଧୁମାନଙ୍କ ବିଚାର ଆପଣଙ୍କ ସପକ୍ଷରେ ଯାଇପାରେ । ରାଜନୀତି କ୍ଷେତ୍ରରେ କୂଟନୀତିର ଶିକାର ହୋଇପାରନ୍ତି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତାରେ ଯଶସ୍ୱୀ ଲାଭ କରିବେ । ଆପଣ ଦିନସାରା ବହୁତ ବ୍ୟସ୍ତ ରହିବେ, ତଥାପି ଆପଣ ଦିନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବେ । କିନ୍ତୁ ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ନ ଚଳିପାରିଲେ ହଇରାଣ ହୋଇପାରନ୍ତି । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ଶ୍ରୀଗଣେଶ ।

rasi.ch

ତୁଳା – ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ପାପଯୁକ୍ତ ମଙ୍ଗଳ ଯୋଗୁଁ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ । କଥାବାର୍ତ୍ତାରେ ସଂଯମ ରଖନ୍ତୁ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ, ମାନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଉତ୍ତମ ରୋଜଗାର ମଧ୍ୟ କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ନିକଟରୁ ସହଯୋଗର ପ୍ରତିଶ୍ରୁତି ଲାଭ ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । ଅଫିସ୍ କିମ୍ବା ବ୍ୟବସାୟରେ କୌଣସି ନୂତନ ପଦକ୍ଷେପ ନେଇପାରନ୍ତି । କିନ୍ତୁ ମନେ ରଖନ୍ତୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ଅପରାହ୍ନରେ ବନ୍ଧୁଙ୍କ ନିକଟରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରି ପାରନ୍ତି । ଆଜି ଆପଣ ପରିବାର ସହିତ ଭଲ ଖାଦ୍ୟ ଖାଇବେ । ବୈବାହିକ ଜୀବନ ଆନନ୍ଦମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ବିଛା – ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ । ପରିବହନ, ବ୍ୟବସାୟ, ହୋଟେଲ, ଷ୍ଟେସନାରୀ ଓ ବିଦ୍ୟୁତ୍‌ ବ୍ୟବସାୟରେ ସମସ୍ୟା ସମାଧାନ ହୋଇଯିବ ଏବଂ ଅଫିସରେ ଲାଗି ରହିଥିବା ବିଶୃଙ୍ଖଳା ମଧ୍ୟ ସମାଧାନ ହୋଇଯିବ । ବ୍ୟବସାୟରେ ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ସଉଦାରେ ଆଶା ଠୁଁ ଅଧିକ ଲାଭ ପାଇବେ । ସାମାଜିକ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡିପାରେ । ରାଜନୀତି, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତି ହେବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିପାରନ୍ତି । ସାମାନ୍ୟ କଥାରେ ଅତ୍ୟଧିକ ଉତ୍ତେଜିତ ହୋଇ ପାରିବାରରେ ଅଶାନ୍ତିକୁ ଆମନ୍ତ୍ରଣ କରିବେ । ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ଅବହେଳା କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରା ତାରିଣୀ ।

ଧନୁ – ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ଶନି ଧନଭାବରେ ସ୍ଵଗୃହୀ ଯୋଗୁଁ ଆର୍ଥିକ ସ୍ଥିତି ଭଲ ରହିବ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଲାଭାନ୍ଵିତ ହେବେ । ଆର୍ଥିକ ଦିଗରୁ ସ୍ଥିତି ଭଲ ଥିଲେ ମଧ୍ୟ ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜିପାରେ । ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ । ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ନିର୍ମାଣ, ଯାତ୍ରା, ଆନଷ୍ଠାନିକ କାମ, ପରିବହନ କ୍ଷେତ୍ରରେ ଅଭ୍ୟୁଦୟ ଉନ୍ନତି ଘଟିବ । ବାଦବିବାଦ, କୋର୍ଟ କଚେରୀର ରାୟ ଆପଣଙ୍କ ସପକ୍ଷରେ ରହିବ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି । ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ଭେଟ ସୁଖଦ ସମୟ ବିତାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରାତାରିଣୀ ।

ମକର – ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ କାରଣରୁ ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବ । କାର୍ଯ୍ୟବ୍ୟସ୍ତତା କାରଣରୁ ଆପଣଙ୍କ ବ୍ୟବହାରରେ ରୁଷ୍ଟତା ବନ୍ଧୁଙ୍କ ମନକୁ ଦୁଃଖ ଦେଇପାରେ । କିନ୍ତୁ, କର୍ମକ୍ଷେତ୍ରରେ ବହୁ ଲୋକଙ୍କ ଠାରୁ ପ୍ରଶଂସା ପାଇବା ଫଳରେ ଆପଣ ଉତ୍ସାହିତ ରହିବେ । ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୌଣସି ଦୁଃଶ୍ଚିନ୍ତା ସାୟାହ୍ନେ ଦୂର ହେବ । ରାଜନୀତି କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ହେବ । ନିର୍ମାଣାଧୀନ କାମ ଅଟକି ରହିଯିବା ଯୋଗୁ ସାମାନ୍ୟ ଚିନ୍ତିତ ରହିବେ । ପରିବାରରେ କିଛି ଦିନ ହେବ ଲାଗି ରହିଥିବା ସମସ୍ୟାର ସରଳ ସମାଧାନ ଆଜି ହୋଇପାରେ । କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ଲାଗି ମନସ୍ଥ କରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

କୁମ୍ଭ – ଦିନଟି ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ । ରବିଙ୍କ ପ୍ରଭାବରେ ଯୁକ୍ତିସଂଗତ କଥାବାର୍ତ୍ତା କରି ସାମାଜିକ ସ୍ତରରେ କିମ୍ବା ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ନଜରକୁ ଆସିବ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ । ରୋଜଗାର ଜନିତ ସମସ୍ୟାରେ ସୁଧାର ଆସିବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ସତର୍କତା ଅଭାବରୁ ଅସାବଧାନତା ବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ପାଇବେ ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ପାଇବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମୀନ – ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ । ବୃହସ୍ପତିଙ୍କ ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବା ଯୋଗୁଁ ପରିବାର, ବନ୍ଧୁମିଳନ, ସଭାସମିତି, ଆନୁଷ୍ଠାନିକ କାମକୁ ଅତି ସୁରୁଖୁରୁରେ ସମ୍ପନ୍ନ କରି ପାରିବେ । ନିଜ କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ । ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ । ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରଙ୍କ ପରି ବ୍ୟବହାର କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ପରିବାରରେ ସାଧାରଣ କଥାକୁ କେନ୍ଦ୍ର କରି ପାରିବାରିିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ବାବା ଲିଙ୍ଗରାଜ ।

Leave a Reply

Your email address will not be published. Required fields are marked *