14 ଫ୍ରେବୃଆରୀ 2020 ରାଶିଫଳ – ଏହି ସବୁ ରାଶି ପାଇଁ ଆଜିର ଦିନଟି ବହୁତ ଭଲ

rasiphala2

ମେଷ – ଆଜିର ଦିନ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗି ରହିବେ । ଆଜି ପୁଷ୍ୟା ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ଵାସ୍ଥ୍ୟ ଭଲ ରହି ନ ପାରେ ଏବଂ କିନ୍ତୁ କୌଣସି କାମ ଅଟକି ରହିବ ନାହିଁ । ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ । ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭପ୍ରଦ ହେବ । ଅଫିସରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ଆଜି ଆର୍ଥିକ ଆଦାନ ପ୍ରଦାନ କିମ୍ବା ଆର୍ଥିକ କାରବାର ନ କରିବା ଭଲ ରହିବ ଆପଣଙ୍କ ପାଇଁ । ପାରିବାରିକ ଜୀବନ ସରସ, ସୁନ୍ଦର ରହିବ । ଶାରୀରିକ ଏବଂ ମାନସିକ ଅଣନିଶ୍ୱାସୀ ଅନୁଭବ କରିବେ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ହେବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

ବୃଷ – ଆଜି ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ । ବୁଧ ମିତ୍ର ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଆପଣ ନିଜର ଊର୍ଜାକୁ ଭଲ କାମରେ ଲଗାଇବେ । ବ୍ୟାପାରରେ ଠିକ୍ ନିର୍ଣ୍ଣୟ ନେଲେ ଲାଭଦାୟକ ପ୍ରମାଣିତ ହେବ । ନୂଆ ବେପାର ଲାଗି ଯାତ୍ରା ଲାଭପ୍ରଦ ରହିବ । ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରି ପଦସ୍ଥବ୍ୟକ୍ତି ଗୁରୁ ଦାୟିତ୍ୱ ବହନ କରିବାକୁ ଅନୁରୋଧ କରିପାରନ୍ତି । ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ – ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । ଚତୁର୍ଥାଧିପ ନବମସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । କାମକୁ ପୂରା କରିବା ଲାଗି ନୂଆ ଉପାୟ ବାହାର କରିବେ । ଚାକିରି-ବ୍ୟବସାୟରେ ଆପଣଙ୍କ ପରିଶ୍ରମର ଉପଯୁକ୍ତ ଫଳ ମିଳିବ । ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ଉତ୍ସାହ ବଢ଼ିବ । କାରବାରୀଙ୍କୁ ଅଚାନକ ଧନଲାଭ ହେବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ । ବନ୍ଧୁମାନଙ୍କ ପରାମର୍ଶରେ କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ। ପରିବାରରେ ପ୍ରସନ୍ନତା ବଜାୟ ରହିବ । ଜୀବନସାଥୀଙ୍କ ଠାରୁ ଢେ଼ର‌୍‌ସାରା ପ୍ରେମ ପାଇବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

rasi-chakra

କର୍କଟ – ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ ଆଜି ଆପଣ ବହୁତ ଖୁସି ମନେ କରିବେ ।କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ, ଆଜି ଆପଣ ସ୍ଥିତି ସମ୍ଭାଳିବାରେ ସଫଳତା ପ୍ରାପ୍ତ କରିବେ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ । କାରୋବାର ବଢେଇବା ପାଇଁ ଯାତ୍ରା କରି ପାରନ୍ତି, ସମ୍ପର୍କ ଭଲ ହୋଇବ, ଜୀବନସାଥୀ ଆଜି ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି ।

ସିଂହ – ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ପାଇଁ ଚିନ୍ତା ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ ।

କନ୍ୟା – ଆଜି ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ, ଆଜି ଆପଣଙ୍କୁ ଗାଡି ଏବଂ ମଶିନ ଜିନିଷ ଠାରୁ ଦୂରେଇ ରହିବା ଉଚିତ ଅଟେ । ଆଜି ଆପଣଙ୍କୁ ରୋଜଗାର ପାଇଁ ବହୁତ ପ୍ରକାର ନୂଆ ରାସ୍ତା ମିଳିବ, ଆଜି ଚାକିରିଆ ଲୋକ ନିଜ କାର୍ଯ୍ୟସ୍ଥଳ ରେ ବରିଷ୍ଠ ଅଧିକାରୀମାନଙ୍କ ବିଶ୍ଵାସ ଜିତ୍ୟ ପାରିବେ ।

ତୁଳା – ଆଜି ଆପଣ ନିଜ ପୁରୁଣା ସାଙ୍ଗମାନଙ୍କ ସହ ଭୁତ ଭଲ ସମୟ ବିତେଇବେ, ବହୁତ ସମୟ ଧରି ଚାଲୁ ଥିବା ସମସ୍ଯା ଆଜି ସରିବ । ଆଜି ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ ।

rasi.ch

ବିଛା ରାଶି : ଆଜି କାହାର ସହାୟତାରେ ଆପଣଙ୍କୁ ଆର୍ଥିକ ଲାଭ ମିଲିପାରିବ , କାମ କାର୍ଯ୍ୟରେ ମନ କମ୍ ଲାଗିବ , ନିୟମ ଓ ଆଇନ୍ ଅଣଦେଖା କରିପାରନ୍ତି , ପ୍ରେମୀଙ୍କ ପ୍ରେମ ସଂବନ୍ଧରେ ଆସିଥିବା ଭୁଲ୍ ଧାରଣା ସାମ୍ନାରେ ସାମାନ୍ୟରୁ ଅଧିକା ସାହାସ ଓ କୁଶଳତା ସହ କରିବାକୁ ହେବ , କେଉଁ ମାମଲାରେ ନୁଆ ଆରମ୍ଭ କରିପାରନ୍ତି , ଛାତ୍ରଙ୍କର ମନୋକୁଳ କାର୍ଯ୍ୟ କରିବାରେ ବଞ୍ଚିବେ , ଆପଣଙ୍କୁ ଖୁସି ଅନୁଭୁତ ହେବ , ଧନ ଆଗମନ ହେବାର ସଂମ୍ଭାବନା ରହିବ ।

ଧନୁ ରାଶି : ଆଜି ଆପଣଙ୍କ ଦରକାର ମୁତାବିକ ଭାବୁକ ହୋଇପାରନ୍ତି । ପାରିବାରିକ ଜୀବନରେ ସାମଞ୍ଜସ୍ୟପୁର୍ଣ୍ଣ ରହିବ , ପରିବାର ସହ ଆପଣ କେଉଁ ପୁଜା ସ୍ଥଳ ଯାଇପାରନ୍ତି , ସେହି ମାମଲାରେ ଧ୍ୟାନ ଦିଅନ୍ତୁ , ଯାହାଙ୍କୁ ଆପଣଙ୍କ ପ୍ରସନ୍ନତା ମିଳିବ , ଏମିତି କାମ କରିଲେ ବଞ୍ଚିବା ଦରକାର୍ ଯେଉଁଥିରେ ପଇସାର ରିକ୍ସ ଥିବ , କାମ କାଜରେ କମ୍ ମନ ଲାଗିବ , ସନ୍ତାନର କାର୍ଯ୍ୟ ବିଜୟୀ ହେବାର ଆପଣଙ୍କ ଖୁସିରେ ଲାଭ ହେବ , ଆଜି ମା ସରସ୍ୱତୀଙ୍କ ପୁଜନ କରି ଶ୍ୱେତ ଚନ୍ଦନ ଚଢାନ୍ତୁ , ଓ ଧଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ ।

rasi2

କୁମ୍ଭ:-ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ପାରିବାରିକ କ୍ଷେତ୍ରରେ କିଛି ଅସୁବିଧା ଥିଲେ ସମାଧାନ କରି ପାରିବେ ଓ ଶାନ୍ତି ବିରାଜମାନ କରିବ। ରୋଜଗାର ସମସ୍ୟା ସୁଧୁରି ଯିବ। ରାଜନୀତି କ୍ଷେତ୍ରରେ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳି ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆଗ୍ରହ ବଢିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:- ସହାବସ୍ଥାନର ନିରାପଦ ବଳୟ ଭିତରେ ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ। ଶିକ୍ଷାର୍ଥୀ ମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ। ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ। ହାତକୁ ନେଇଥିବା କାର୍ଯ୍ୟପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। ପରିବାରରେ ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *